ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା
ରାଜ୍ୟରେ ଗୋ ହତ୍ୟା ପାଇଁ ଆସିବ ଆଇନ । ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା । ସେହିପରି ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ । ଖୁବ୍ ଶୀଘ୍ର ରାଜ୍ୟ ସରକାର ଏକ କଡା ଆଇନ ଆଣିବାକୁ ଯାଉଛନ୍ତି ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଗୋଚାଲଣା ଓ ଗୋ ହତ୍ୟା ଉପରେ ରୋକ୍ ଲଗାଇବା ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୁର୍ଣ୍ଣ ସ୍ସଷ୍ଟ ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେ ଆହୁରି କହିଛନ୍ତି, ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋ ହତ୍ୟାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ଏବଂ କୋଠର କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ।