ଦୁର୍ବଳ ମିଗଜୋମ ପ୍ରଭାବରେ ଓଡ଼ିଶାରେ ଲାଗିରହିଛି ହାଲୁକା ବର୍ଷା

ଦୁର୍ବଳ ହେଉଛି ମିଗଜୋମ । ବାତ୍ୟାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି ।ସକ୍ରିୟ ଗଭୀରଅବପାତ ପ୍ରଭାବରେ କିଛି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଲାଗିରହିଛି ହାଲୁକା ବର୍ଷା । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ ।

ବାତ୍ୟା ମିଗଜୋମ ଦୁର୍ବଳ ହୋଇ ବର୍ତ୍ତମାନ କେନ୍ଦ୍ରୀୟ ଆନ୍ଧ୍ରଉପକୂଳ ଅଂଚଳରେ ଗଭୀରଅବପାତ ଭାବେ କେନ୍ଦ୍ରୀଭୂତ ରହିଛି , ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ଗୋଟିଏ ସୁଦୃଶଃ-ଲଘୁଚାପ କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି ।

Related Articles

Back to top button