ଫୋନ ମାଧ୍ୟମରେ ଭୋଟର ପରିଚୟ ପତ୍ରକୁ ଆଧାର ସହିତ କରିପାରିବେ ସଂଯୋଗ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଯାହା କି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ । ୧୩.୦୯.୨୦୨୨ ସୁଦ୍ଧା ଓଡିଶାର ମୋଟ ୩.୨୫ କୋଟି ଭୋଟରଙ୍କ ମଧ୍ୟରୁ ୨.୨୦ କୋଟି ଭୋଟର ଭୋଟ ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରି ସାରିଛନ୍ତି । ବଳକା ସମସ୍ତ ଭୋଟରଙ୍କୁ ନିବେଦନ କରାଯାଉଅଛି ସେମାନେ ମଧ୍ୟ ନିଜ ଭୋଟ ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରନ୍ତୁ ।

ସୂଚନାମୁତାବକ ଆସନ୍ତା ବର୍ଷ ଏପ୍ରିଲ ୧ ସୁଦ୍ଧା ସମସ୍ତ ଲୋକଙ୍କ ଭୋଟର ପରିଚୟ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନିର୍ବାଚନ ସଂସ୍କାର ସହ ଜଡିତ ଆଇନ ପରେ ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ସମସ୍ତ ରାଜ୍ୟରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟରଙ୍କୁ ଚିହ୍ନଟ କରିବା ଏବଂ ଭୋଟର ତାଲିକାରେ ନକଲକୁ ରୋକିବା ଉଦ୍ଦେଶ୍ୟରେ ଏହା କରାଯାଉଛି ।

ତେବେ ଆପଣ ଚାହିଁଲେ ଆପଣ ଘରେ ବସି ମୋବାଇଲ୍ ମାଧ୍ୟମରେ Google Play Store ରୁ Voter Helpline App ଡାଉନଲୋଡ କରି Form – B ରେ ଆବେଦନ କରିପାରିବେ କିମ୍ବା www.nvsp.in portal ରେ ମଧ୍ୟ Form – 6B ପୂରଣ କରି ଆବେଦନ କରିପାରିବେ । ଏହା ବ୍ୟତୀତ ଆପଣଙ୍କ ବୁଥସ୍ତରୀୟ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ Form – 6B ପୂରଣ କରି ଉକ୍ତ ବୁଥସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ , ଯିଏ ଆପଣଙ୍କ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିଦେବେ । ଅଧିକ ଜାଣିବା ପାଇଁ ୧୯୫୦ ନମ୍ବର ମଧ୍ୟ ଦିଆ ଯାଇଛି ।

Related Articles

Back to top button