ଟଙ୍କା ବଦଳର ଅବଧି ସରିବା ପରେ ଏବେ RBI ଆଗରେ ଲମ୍ବା ଲାଇନ୍

RBI ଆଗରେ ନୋଟ ବଦଳାଇବା ପାଇଁ ଲାଗିଛି ଲମ୍ବା ଲାଇନ୍। ବ୍ୟାଙ୍କରେ ୨୦୦୦ ଟଙ୍କା ବଦଳର ଅବଧି ସରିବା ପରେ ଏବେ RBI ଆଗରେ ଭିଡ଼ ଜମୁଛି। କିନ୍ତୁ ଏଭଳି ଭିଡ଼କୁ ନେଇ ସାମ୍ନାକୁ ଆସୁଛି ଅନେକ ପ୍ରଶ୍ନ ।

ଖବର ଅନୁଯାୟୀ, ଯେଉଁମାନେ ଧାଡ଼ିରେ ଛିଡା ହୋଇଛନ୍ତି । ସେମାନେ ରାଜଧାନୀ ତଥା ରାଜଧାନୀ ବାହାର ଜିଲ୍ଲାରୁ ମଧ୍ୟ ଆସିଛନ୍ତି । ଅନେକଙ୍କ ହାତରେ ୧୦ ଟି ଲେଖାଏଁ ୨୦୦୦ ଟଙ୍କିଆ ନୋଟ୍ । ଆଉ RBI ର ନିୟମ ହେଉଛି ଜଣେ ଲୋକ ଥରକରେ ୧୦ଟି ନୋଟ୍ ବଦଳାଇପାରିବ । ତେବେ ଯେଉଁ ଲୋକ ଛିଡ଼ା ହୋଇଛନ୍ତି ସେମାନଙ୍କ ଭିତରେ ଅନେକ ପ୍ରତିଦିନ ନୋଟ୍ ବଦଳାଇବାକୁ ଆସୁଛନ୍ତି। ବେଶଭୂଷା କହୁଛି ଏମାନଙ୍କ ରୋଜଗାର ସେତିକି ନୁହେଁ, ଯେତିକି ପ୍ରତିଦିନ ଏମାନେ ନୋଟ୍ ବଦଳାଉଛନ୍ତି । ପ୍ରତିଦିନ ୨୦ ହଜାର ଟଙ୍କା ଲେଖାଁଏଁ କେଉଁଠୁ ଆଣୁଛନ୍ତି ଏମାନେ । ଏମାନଙ୍କୁ ଟଙ୍କା ଦେଉଛି କିଏ ? ଏହା ପଛରେ ବଡ଼ ରାକେଟ୍ କାମ କରୁନି ତ ? ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ,ଟଙ୍କା ବଦଳାଉଛି କିଏ ?

Related Articles

Back to top button