
ପୂର୍ବତନ ହକି କ୍ୟାପଟେନଙ୍କ ଘରୁ ଚୋରି ଘଟଣା, ଧରାପଡିଲେ ୫ ଦୁର୍ବୃତ୍ତ
ଭୁବନେଶ୍ୱର: ଅଲମ୍ପିଆନ ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତୀର୍କୀଙ୍କ ଘରୁ ଚୋରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗତ ଶନିବାର ରାତିରେ ପ୍ରବୋଧଙ୍କ ଘରେ କଳାକନା ବୁଲାଇଥିଲେ ଦୃବୃତ୍ତ। ଘରର ପଛପଟୁ ତାଲା ଭାଙ୍ଗି ଘରେ ପଶିଥିଲେ । ମେଡାଲ ସମେତ ବହୁ ଦାମୀ ସାମଗ୍ରୀ ଚୋରୀ କରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ, ତାର ସହଯୋଗୀ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ । ଏମାନଙ୍କ ନାଁରେ ୧୦୦ରୁ ଅଧିକ ମାମଲା ରହିଛି। ଏମାନଙ୍କଠାରୁ ପୋଲିସ ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲକୁ ଜବତ କରିଛି।
ଜବତ ସାମଗ୍ରୀ ମଧ୍ୟରେ ରହିଛି, ଗୋଟିଏ ଗୋଲଡ ମେଡାଲ, ୮ଟି ବ୍ରୋଞ୍ଜ ମେଡାଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ ପ୍ଲେଟେଡ଼ କ୍ଲିପ, ୫୬ ଇଞ୍ଚର ଏଲଇଡ଼ି ଟିଭି, ଡିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଓ ଘର ତଡା ଉପକରଣ ଇତ୍ୟାଦି ।
ସୂଚନାଥାଉ କି, ଗତ ୨୦ ତାରିଖରେ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଥିଲା। ଦୁର୍ବୃତ୍ତ ମୂଲ୍ୟବାନ ଆସବାବପତ୍ର ସମେତ ସମସ୍ତ ମେଡାଲ ଚୋରି କରି ନେଇଥିଲା। ଏ ନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପ୍ରବୋଧ ଓ ତାଙ୍କ ପରିବାର ଭୁବନେଶ୍ବର କ୍ଲବ ପଛ ପଟ କ୍ବାର୍ଟର୍ସ ନମ୍ବର ଭିଆର/୮୬ ରହନ୍ତି। ଘଟଣା ଦିନ କେବଳ ତାଙ୍କ ଭାଇଙ୍କ ବ୍ୟତୀତ ପରିବାରର କୌଣସି ସଦସ୍ୟ ଘରେ ନ ଥିଲେ । ଏହାର ସଯୋଗ ନେଇ ଦୁର୍ବୃତ୍ତ ରାତିରେ ଝରକା ଗ୍ରିଲ କାଟି ଘର ଭିତରେ ପଶି ସମସ୍ତ ଟଙ୍କା, ସୁନା, ଏଲଇଡି ଟିଭି, ସୁନା ପଦକ ସମେତ ମୂଲ୍ୟବାନ ସାମଗ୍ରୀ ଓ ପ୍ରବୋଧ ପାଇଥିବା ସମସ୍ତ ମେଡାଲ ଚୋରି କରି ନେଇଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ଚୋରୀ ମେଡାଲ ସମେତ ଅନ୍ୟ ଜିନିଷ ପତ୍ର ଜବତ କଲା କରିଛି ।