ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଏଟିଏମ ଟଙ୍କା ଲୋଡିଂ ଭ୍ୟାନରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍

ଏଟିଏମ ଟଙ୍କା ଲୋଡିଂ ଭ୍ୟାନରୁ ଲୁଟ । ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ । ଦେଢ କୋଟିରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ନୂଆ ସଡକ ରାସ୍ତା ରାଇସ୍ ମିଲ୍ ନିକଟରୁ ଏହି ଲୁଟ୍ ହୋଇଛି

ଏକ ସ୍କର୍ପିଓ ସହ ବାଇକ ଓ ସ୍କୁଟିରେ ଆସିଥିଲେ ୮ରୁ ଅଧିକ ମୁଖା ପିନ୍ଧା ଦୁର୍ବୃତ୍ତ । ନିଛାଟିଆ ରାସ୍ତାରେ ଏଟିଏମ୍ ଭ୍ୟାନ ଅଟକାଇ ଲୁଟିନେଲେ ଟଙ୍କା । ଡ୍ରାଇଭରକୁ ବନ୍ଧୁକ ଦେଖାଇ ଗାଡ଼ିକୁ ଅଟକାଇଥିଲେ ଦୃର୍ବୃତ୍ତ । ଆଠଗଡ଼ ଓ ତିଗିରିଆ ଥାନା ପୋଲିସ ପକ୍ଷରୁ ତନାଘନା ତଦନ୍ତ ଚାଲିଛି । ଆଠଗଡର ବିଭିନ୍ନ ପଏଣ୍ଟକୁ ନାକାବନ୍ଦୀ କରିଛି ଆଠଗଡ ପୋଲିସ। .

Related Articles

Back to top button