ମହାପ୍ରଭୁଙ୍କ ଘୋଷଯାତ୍ରା : ଶନିବାର ପ୍ରଭା କାର୍ଯ୍ୟ ସାରିଛନ୍ତି ବିଶ୍ୱକର୍ମା

ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଶନିବାର ପ୍ରଭା କାର‌୍ୟ୍ୟ ସାରିଛନ୍ତି ବିଶ୍ୱକର୍ମା । ଏଣିକି ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ଖୋଦେଇ କରିବେ । ଚକା ସିଂହାସନରେ ବିଜେ ହେବେ ଠାକୁରେ । ପ୍ରଭାକୁ ଆଉଜି ଅବସ୍ଥାନ କରିବେ ଶ୍ରୀବିଗ୍ରହ । ଦୁଆର ଘଡ଼ାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି ଚିତ୍ରକର ସେବକ ।

ରଥର ଚତୁଃପାଶ୍ୱର୍ରେ ଲାଗେ ୪ ଦୁଆର ଘଡ଼ା । ୩ ରଥ ପାଇଁ ନିର୍ମାଣ ହୁଏ ୧୨ ଦୁଆରଘଡ଼ା । ଦର୍ଜୀ ସେବକମାନେ ଚନ୍ଦ୍ରଶାଳି ପାଇଁ କଳା ସାଜ ତିଆରିଛନ୍ତି । ଏବଂ ବିଶ୍ୱକର୍ମାମାନେ ଚନ୍ଦ୍ରଶାଳି ପ୍ରସ୍ତୁତି ସାରି ଚିତ୍ରକରଙ୍କୁ ଦେଇଥାନ୍ତି । ସେମାନେ ଚନ୍ଦ୍ରାଶାଳିରେ ରାହୁରୂପ ଚିତ୍ର କରିଥାନ୍ତି । ରାହୁରୂପ ଚିତ୍ରିତ ଚନ୍ଦ୍ରଶାଳିକୁ ରଥରେ ସ୍ଥାପନ କରାଯାଏ । ଏଥିରେ କୋଠସୁଆଁସିଆ ସେବକମାନେ ଦର୍ଜୀ ତିଆରିଥିବା କନା ସଜ ଲଗାଇବା ପରେ ରଥର ସୌନ୍ଦର୍ଯ୍ୟ ବଢ଼ିଯାଏ ।

Related Articles

Back to top button