
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, କାଲି ଠାରୁ ପ୍ରବଳ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଲଘୁଚାପ ବଳୟ ସୃଷ୍ଟି ହେଇଛି । ସେପଟେ ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ଥିବା କାଲି ଠାରୁ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।
ସୃଷ୍ଟି ହେଲା ଲଘୁଚାପ !! pic.twitter.com/mJlr4NwAmi
— Meteorological Centre, Bhubaneswar (@mcbbsr) May 8, 2023
ବର୍ତ୍ତମାନ ରାଜ୍ୟର ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ସର୍ବାଦିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ବାତ୍ୟା ସମ୍ଭାବନା ଭିତରେ ରାଜ୍ୟରେ ଗରମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା କାଲି ଲଘୁଚାପ କ୍ଷେତ୍ର ଅବପାତ ରେ ପରିଣତ ହେବାନେଇ ସୂଚନା ମିଳିଛି। ଆସନ୍ତା ୧୦ତାରିଖରେ ଏହା ସାମୁଦ୍ରିକ ଝଡର ରୂପ ନେବ। ପ୍ରଥମେ ଏକ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତିକରିବ ବୋଲି ସୂଚନା ରହିଛି ଏବଂ ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଏହାପରେ ଭୟଙ୍କର ବାତ୍ୟାର ରୂପ ନେଇ ଏହା ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଯଦିଓ ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ, ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଜଣାପଡିବ ।