ରାଉରକେଲାରେ ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର, ଆରଜିଏଚରେ ଭର୍ତ୍ତି

prafulla-mahanty-conferred-with-decond-sukubina-srsta-memorial-award

ରାଉରକେଲା: ରୋଷେଇ କରୁଥିବା ବେଳେ ସିଲିଣ୍ଡର ଗ୍ୟାସ ବିସ୍ଫୋରଣ ଘଟି ରାଉରକେଲା ରେଲୱେ କଲୋନୀରେ ଚାରିଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଘରମାଲିକ ଶଙ୍କର ମିସ୍ତ୍ରୀ, ତାଙ୍କ ପତ୍ନୀ ଓ ଦୁଇ ପିଲା। ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ଘରେ ରୋଷେଇ କରୁଥିବା ବେଳେ ସିଲିଣ୍ଡର ଗ୍ୟାସ ବିସ୍ଫୋରଣ ହୋଇଥିଲା। ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Related Articles

Back to top button