ଦୂର ହେଲା ଦ୍ଵନ୍ଦ: ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି।

ପଣା ସଂକ୍ରାନ୍ତି ବା ଓଡିଆ ନବବର୍ଷ କେବେ ପାଳନ ହେବ ସେନେଇ ଥିବା ଦ୍ୱନ୍ଦ୍ୱ ସୋମବାର ଦୂର ହୋଇଛି। ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି। ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ମାରିଛି। କିଛି ଗଣନାକାରୀ ୧୩ ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବ ବୋଲି କହିଥିବା ବେଳେ ତାହା ସ୍ପଷ୍ଟ ହୋଇନଥିଲା। ଗତ ସପ୍ତାହପରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହି ଦ୍ୱନ୍ଦ୍ୱ ଦୂର ପାଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ହୋଇଥିଲା।ସେହିପରି ଏଥର ପଞ୍ଚକ ୫ ଦିନ ବଦଳରେ ୪ ଦିନ ପାଳନ ହେବ। ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ବେଶ ହେବ। ଆସନ୍ତା କାର୍ତ୍ତିକ ପଞ୍ଚକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ବୋଲି ସୂଚନା ମିଳିଛି।

Related Articles

Back to top button