ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲର ୫୦ ଜଣିଆ ଟିମ୍

ଭୁବନେଶ୍ୱର: ଥମୁନି ମହାନଦୀ ଜଳ ବିବାଦ ମାମଲା । ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ୫୦ ଜଣିଆ ଟିମ୍ ଓଡିଶା ଗସ୍ତରେ ଆସୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଦିନ ଓଡିଶାରେ ରହି ମହାନଦୀର ସ୍ଥିତିକୁ ଅନୁଧ୍ୟାନ କରିବେ ଏହି ଟିମ୍ । ଆଜି ସନ୍ଧ୍ୟାରେ ଏହି ଟିମ୍ ଝାରସୁଗୁଡାରେ ପହଞ୍ଚିବ । ଏହାପରେ ଆସନ୍ତାକାଲିଠୁ ଜଳ ବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ କରିବ ଟ୍ରିବ୍ୟୁନାଲ ଟିମ୍ ।

ତେବେ ହୀରାକୁଦ ଡ୍ୟାମଠାରୁ ମହାନଦୀର ଡେଲଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ହୀରାକୁଦ ବନ୍ଧର ବିଭିନ୍ନ ଅଞ୍ଚଳ ବୁଲି ଦେଖିବ ଏହି ଟିମ୍ । ଏହାପରେ ଭୁବନେଶ୍ୱରକୁ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଣିଥରେ କଟକର ନରାଜ, ମୁଣ୍ଡୁଳୀ ଏବଂ ଅଂଶୁପା ନଦୀ ସହିତ ଚିଲିକା ହ୍ରଦ ମଧ୍ୟ ବୁଲିବାର ଟ୍ରିବ୍ୟୁନାଲ ଟିମ୍ ର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଛତିଶଗଡ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ, ବୈଷୟିକ ଦଳ ଏବଂ ଆଇନଜୀବୀ ମଧ୍ୟରେ ବୁର୍ଲାଠାରେ ପହଞ୍ଚିବେ ।

Related Articles

Back to top button