ମହାନଦୀ ଜଳ ବିବାଦ ମାମଲା: ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି, ୨୦୨୩ ଜାନୁଆରୀ ୭ରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ ୧୯।୧୧ : ମହାନଦୀ ଜଳ ବିବାଦ ମାମଲା । ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି । ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁଆରୀ ୭ରେ ହେବ । ବୈଷୟିକ ଦଳ ଏବଂ ଉଭୟ ପକ୍ଷଙ୍କ ଭିତରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି । ବାକି କିଛି  ପ୍ରସଙ୍ଗରେ  ସହମତି ହେଇପାରିନାହିଁ । ତେଣୁ ଆଗାମୀ ଶୁଣାଣୀ ପର୍ଯ୍ୟନ୍ତ ଦୁଇ ରାଜ୍ୟର ଟିମଙ୍କ ମଧ୍ୟରେ ଅନଲାଇନ ବୈଠକ ଜାରି ରଖିବେ  ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ମହାନଦୀର ତଳ  ଅବବାହିକା ନେଇ ଦୁଇ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ।

ସେହିପରି କମନ୍‌ ଇନ୍‌ଫୋରମେସନ ଫର୍ମାଟ ଏବେ ଯାଏ ଫାଇନାଲ ହେଇପାରିନାହିଁ । ମହାନଦୀର ୧୪ଟି ଉପବାହିକାରୁ ୧୨ଟି ଉପ-ଅବବାହିକା ନେଇ ପରିସୀମା ନିର୍ଦ୍ଧାରଣ ହେଇପାରିନାହିଁ । ବାକି ରହିଥିବା ବୈଷୟିକ ଅସଙ୍ଗତି ବିଷୟ ଚୁଡାନ୍ତ ପରେ ଟ୍ରିବ୍ୟୁନାଲରେ ଟ୍ରାଏଲ୍‌ ଆରମ୍ଭ ହେବାର ସମ୍ଭାବନା ରହିଛି । ତେଣୁ ଆଗାମୀ ଦିନରେ ଅବବାହିକା ଅଞ୍ଚଳ ପରିଦର୍ଶନ ଉପରେ ନିଷ୍ପତ୍ତି ନେବେ।

Related Articles

Back to top button