ଭୋକ ଉପାସରେ ମହାପ୍ରଭୁ କରିଥିଲେ ପହଣ୍ଡି: ବଳଭଦ୍ରଙ୍କର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର

ଆଡପ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ଖସିପଡିବା ଘଟଣାରେ ବଡ଼ ବୟାନ ଦେଇଛନ୍ତି ବଳଭଦ୍ରଙ୍କର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ହଳଧର କହିଛନ୍ତି ଯେ, ଗୋଟିଏ ଦିନରେ ଗୁଣ୍ଡିଚା ଯାତ୍ରା , ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ନୀତିକାନ୍ତି ଠିକ୍ ନୁହେଁ। ଯେଭଳି ଭୋଗ ହେବା କଥା ତାହା ହୋଇନାହିଁ । ଗୋଟିଏ ଭୋଗରେ ହୋଇଛି ଦୁଇଟି ଯାତ୍ରା । ଗୁଣ୍ଡିଚା ଯାତ୍ରା ଦିନ ହୋଇନାହିଁ ଭୋଗ । ତେଣୁ ଠାକୁର ଉପାସରେ ଗଲେ। ଯାହାଦ୍ବାରା ଠାକୁରଙ୍କ ନବଯୌବନ ନୀତିକାନ୍ତିରେ ହୋଇଛି ମହାବିଭ୍ରାଟ । ଏହା ସହିତ ଠାକୁର ଅଣସର ଘରେ ଥିବାବେଳେ ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ । ମହାପ୍ରଭୁଙ୍କୁ ନା ନେତ୍ର ଦିଆଯାଇଥିଲା, ନା ଖାଇବାକୁ ଦିଆଯାଇଥିଲା, ଭୋକ ଉପାସରେ ମହାପ୍ରଭୁ ଯାତ୍ରା କରିଥିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ବାଡଗ୍ରାହୀ । ସେପଟେ ହଳଧରଙ୍କ ପ୍ରତିକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିପାରିନି କୌଣସି ପ୍ରତିକ୍ରିୟା । ଅନ୍ୟପଟେ ଅଣସେବାୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ ।

Related Articles

Back to top button