
ଦଶହରା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜଶ୍ୱେର ବେଶ
ପୁରୀ: ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ପାଳନ କରାଯାଉଛି। ଏହି ଅବସରରେ ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ।
କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ଧରି ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନରୁ ବଞ୍ଚିତ ଥିବାବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରବଳ ସମାଗମ ହେଉଛି।