ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି
ଏତେ ଦିନ ଧରି ଚାଲିଥିବା ବିବାଦର ଅନ୍ତ ହେଲା । ଦତ୍ତମହାପାତ୍ର ସେବକଙ୍କ କହିବା ଅନୁଯାୟୀ ଶ୍ରୀମନ୍ଦିର ନିର୍ଦ୍ଧାରିତ ଧାରା ଅନୁଯାୟୀ ପ୍ରତି ଗୁରୁବାର ବନକଲାଗି ନୀତି ହେବାକଥା କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପରମ୍ପରାକୁ ଭାଙ୍ଗି ବୁଧବାର ବନକଲାଗି ନୀତି କରିବାକୁ ଚେଷ୍ଟା କରିଥିବାରୁ ବିବାଦର ଆରମ୍ଭ ହୋଇଥିଲା । ପରେ ଏହି ବିବାଦ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ପ୍ରଭୁ ଜଗନ୍ନାଥଙ୍କର ବନକଲାଗି ହେବା ପାଇଁ ସମସ୍ତ ପ୍ତସ୍ତୁତି ମନ୍ଦିର ପ୍ରଶାସନ କରିଛି । ଦତ୍ତମହାପାତ୍ରଙ୍କୁ ସମସ୍ତ ପ୍ରସ୍ତୁତି କରିବାକୁ ସୁଯୋଗ ଦିଆଯାଇଛି । ଯଦି ଦତ୍ତମହାପାତ୍ର ନ କରିବେ ତେବେ ତାଙ୍କ ବଦଳରେ ଅନ୍ୟ ମନ୍ଦିର କର୍ତ୍ତାଙ୍କୁ ଏହି ସୁଯୋଗଟି କରିବାକୁ ଦିଅ ଯିବ । ତେବେ ମହାପ୍ରଭୁଙ୍କର ବନକଲାଗି ନୀତି ଆସନ୍ତା କାଲି ଅର୍ଥାତ ବୁଧବାର ଦିନ କରାଯିବ ।