ଚିର ନିଦ୍ରାରେ ପୁରୀର ବର୍ଷୀୟାନ ନେତା ମହେଶ୍ୱର ମହାନ୍ତି

ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସୋମବାର ବିଳମ୍ବିତ ରାତିରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

ଅକ୍ଟୋବର ୩୧ ତାରିଖରେ ସେ ଗୁରୁତର ହୋଇଥିଲେ। ପରେ ତାଙ୍କୁ ଉତ୍ତମ ଚିିକିତ୍ସା ନିମନ୍ତେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ଅଣାଯାଇଥିଲା। ଚିକିତ୍ସା ମଧ୍ୟ ଚାଲିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ସେ ସୁସ୍ଥ ହୋଇ ପାରିନଥିଲେ। ମହେଶ୍ବର ମହାନ୍ତିଙ୍କ ବିୟୋଗରେ ସମଗ୍ର ପୁରୀରେ ଶୋକର ଛାୟା ଖେଳି ଯାଇଛି।

ସେ ପୁରୀ ବିଧାନସଭା ଆସନରୁ ଲଗାତାର ୫ ଥର ବିଜୟୀ ହୋଇଥିଲେ। ୧୯୯୫ରୁ ୨୦୧୯ ଯାଏଁ ପୁରୀରୁ ପ୍ରତିନିଧିତ୍ବ କରୁଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ। ନବୀନ ସରକାରରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ।

Related Articles

Back to top button