ଶିଖରଚଣ୍ଡୀ ପାହାଡରୁ ମହିମା ମଠ ଆଶ୍ରମ ଉଚ୍ଛେଦ

ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ ତଳେ ଥିବା ମହିମା ମଠ ଆଶ୍ରମକୁ ମାଟିରେ ମିଶାଇ ଦେଇଛି ବିଡ଼ିଏ । ଦୁଇ ଏକର ଜମି ଉପରେ ଦୀର୍ଘ ବର୍ଷ ଧରି ଜଣେ ବାବା ଜବରଦଖଲ କରି ରହିଥିଲେ । ବହୁମୂଲ୍ୟ ଦୁଇ ଏକର ଜମି ଯାହା ଶନିବାର ସରକାରଙ୍କ ଖାତାକୁ ପୁଣି ଫେରିଛି ।

ଏହି ଆଶ୍ରମରେ ଗୋଟିଏ ଛାତ ଘର, ଗୋଟିଏ କାଚ ଘର ଓ ଆଉ କେତୋଟି କୁଟୀର ଥିଲା । ଏହା ସହିତ ବାଡି ବଗିଚା ବି ଥିଲା । ଯାହାକୁ ବିଡ଼ିଏ ବୁଲଡୋଜର ଲଗାଇ ଧୂଳିସାତ କରିଦେଇଛି ।

ଏବେ ଏହି ସ୍ଥାନରେ ଗ୍ରୀନ୍ ଶିଖରଚଣ୍ଡୀ ପ୍ରୋଜେକ୍ଟ ଆରମ୍ଭ ହେବ । ଘଟଣାସ୍ଥଳରେ ବିଡ଼ିଏ, ଜିଏ, କମିଶନରେଟ୍ ପୋଲିସ ଉପସ୍ଥିତ ଥିଲେ ।

Related Articles

Back to top button