
ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ମାଲକାନଗିରିର ପୁଅ ସତବୀର ମନୋନୀତ
ମାଲକାନଗିରିର ପୁଅ ସତବୀର ସିଂ ରିୟର। ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର।
ପୂର୍ବରୁ ସତବୀର ୧୬ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଟିମ ସହ ଓ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି। ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍। ସତବୀର ପେଶାରେ ଜଣେ ଫାର୍ମାସି ଅଫିସର। ସେ ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ୍ ପାଇଁ ସମୟ ଦିଅନ୍ତି । ଏଭଳି ଉପଲବ୍ଧି ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର।