ମା ହେବା ପାଇଁ ଅଣ୍ଡାକୁ ସୁରକ୍ଷା ଦେଉଛି ଧଳା କୁମ୍ଭୀର ‘ମଲ୍ଲୀ’

ମା ହେବା ପାଇଁ ଭିତରକନିକା ଜାତୀୟ ଉଦ୍ୟାନରେ ଅଣ୍ଡାକୁ ରକ୍ଷା କରୁଛି ଧଳା କୁମ୍ଭୀର ‘ମଲ୍ଲୀ’ । ସୂଚନା ଅନୁଯାୟୀ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବା । ଆବଦ୍ଧ ପୋଖରୀ ମଧ୍ୟରେ ଧଳା କୁମ୍ଭୀର ଅଣ୍ତା ବସା କରି ଅଣ୍ଡା ଦେଇଛି । ଆଉ ସେହି ଅଣ୍ଡାକୁ ଜଗିକି ରହିଛି । ପ୍ରାୟ ସପ୍ତାହ ହେବ ମଲ୍ଲୀର ଆଚରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦ୍ବିତୀୟ ଧଳା କୁମ୍ଭୀର ମଲ୍ଲୀ ପୂର୍ବରୁ ୬ଥର ଅଣ୍ତା ଦେଇଥିଲେ ମଧ୍ୟ ସେଥିରୁ ଛୁଆ ବାହାରି ନଥିଲା। ଏଥର ସେ ବସା କରି ଅଣ୍ତା ଦେଇ ଜଗି ରହିଛି ।

ଅନ୍ୟ କୌଣସି ସ୍ଥାନରେ ଧଳା କୁମ୍ଭୀର ଭାରତର ଦେଖା ଯାଆନ୍ତି ନାହିଁ। ୨୦୦୩ ମସିହାରେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଲାଗିଥିବା ବାଙ୍କୁଆଳ ଗାଁର ପଛ ଜଙ୍ଗଲରୁ ଏକା ସାଙ୍ଗରେ ୨ଟି ଧଳା କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ଜାଲ ସାହାଯ୍ୟରେ ଦୁଇଟି ଧଳା କୁମ୍ଭୀର ଛୁଆଙ୍କୁ ଧରିଥିଲେ। ଏହି ଦୁଇଟିଙ୍କୁ ଗୋରୀ ଓ ମଲ୍ଲୀ ନାଁ ରଖାଯାଇଥିଲା। ତେବେ ମଲ୍ଲୀର ମା ହେବାକୁ ନେଇ ଏବେ ଭିତରକନିକା କର୍ତ୍ତୃପକ୍ଷ ଅପେକ୍ଷା କରି ରହିଛନ୍ତି।

Related Articles

Back to top button