ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆଉ ୨ ଜଣ ଗିରଫ: ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ବନ୍ଧାହେଲେ କଲେଜ ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ

ଭବାନୀପାଟଣା: ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ସହ ଅଧ୍ୟାପକ କୃତି ଚନ୍ଦନଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

୨୦୨୧ ଅକ୍ଟୋବର ୮ ତାରିଖରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ଇଂରାଜୀ ମିଡିୟମ ସ୍କୁଲକୁ ଯିବା ପାଇଁ ଘରୁ ବାହାରି ନିଖୋଜ ହୋଇ ଯାଇଥିଲେ । ନିଖୋଜ ନେଇ ମମିତାଙ୍କ ଘର ଲୋକ ଅକ୍ଟୋବର ୧୯ରେ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ସ୍କୁଲ୍ ପରିସରରେ ଥିବା ଷ୍ଟାଡିୟମ ପରିସର ଖୋଳିବା ପରେ ମମିତାଙ୍କ କଙ୍କାଳ ମିଳିଥିଲା।

ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଗିରଫ ଜେଲ୍ ପଠାଇଥିଲା । ରିମାଣ୍ଡ ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଥିଲା ଗୋବିନ୍ଦ। କିଭଳି ମମିତାଙ୍କୁ ମାରିବା ପରେ ପୋଡ଼ି ଦେଇ ମୋବାଇଲ୍ ଫୋନ୍ ଓ ଅନ୍ୟ ପ୍ରମାଣ ନଷ୍ଟ କରିଥିଲା କହିଥିଲା।

Related Articles

Back to top button