ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ, ଅଭିଯୁକ୍ତ ଗିରଫ
କୋରାପୁଟ : ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଏଭଳି ଘଟଣା ନଜରକୁ ଆସିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର ମୋହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି l ଆଜି ବୈପାରୀଗୁଡା ଥାନାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ପ୍ରେସମିଟରେ ସୂଚନା ଦେଇଛନ୍ତି l ବୈପାରୀଗୁଡା ଅଞ୍ଚଳ ସମେତ କୁନ୍ଦୁରା ଲମତାପୁଟ ନନ୍ଦପୁର ଭଳି ଆଦିବାସୀ ଅଞ୍ଚଳର ଏକ ଶହରୁ ଉର୍ଦ୍ଧ ଲୋକେ ଏହି ନକଲି ଡ୍ରାଇଭିଙ୍ଗ ଲାଇସେନ୍ସର ଠକାମିର ଶିକାର ହୋଇଛନ୍ତି l ଲୋକଙ୍କୁ ବିନା ଟେଷ୍ଟିଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଉଥିଲା ଆଉ ଏଥିପାଇଁ ଅଧିକ ଟଙ୍କା ନେଉଥିଲେ ମୋହେନ୍ଦ୍ର ଖେମୁଡୁ l ହେଲେ ମାଝୀଗୁଡା ଗ୍ରାମର କିଛି ଲୋକଙ୍କ ଲାଇସେନ୍ସ ଅନଲାଇନରେ ସୋ ନକରିବାରୁ ଏହା ନକଲି ହୋଇଥିବା ଭାବି ସେମାନେ ବୈପାରୀଗୁଡା ଥାନାରେ ଅଭିଯୋଗ କରିଥିଲେ l ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚଲାଣ କରିଛି l