
ମନମୋହନ ସର୍ବ ସହମତିରେ ନିର୍ଦ୍ବନ୍ଦରେ ହେଲେ ବିଜେପି ରାଜ୍ୟ ସଭାପତି
ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି । ମନମୋହନ ସର୍ବ ସହମତିରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ତେବେ ପୁର୍ନବାର ସଭାପତି ହେବା ପରେ ମନମୋହନ ସମ୍ବୋଧନ କରି କହିଛନ୍ତି ମୋତେ ମିଳିଥିବା ଦାୟିତ୍ଵ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ୍ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି। ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ କୋଟି ପୁଞ୍ଜି ଆସିଛି। ଆମ ସରକାର ପାଇଁ ଧାନ କ୍ଵିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛୁ। ମା ଭଉଣୀ ମାନଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇପାରିଛି। ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ କରିବା ସେତିକି କଷ୍ଟ। ଆଗରୁ କହିଥିଲି , ଏବେ ବି କହୁଛି ଶୋଇବା ନାହିଁ। ଦାୟିତ୍ଵ ଛିଣ୍ଡି ଯାଇନି, ଦାୟିତ୍ଵ ଆରମ୍ଭ ହୋଇଛି , ଭାବି କାମ କରିବା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛି , ସବୁବେଳେ ଦଳ ପଛରେ ଛିଡା ହେବି। ଅସମ୍ଭବ ବୋଲି କିଛି ନାହିଁ , ସବୁ କିଛି କରିବା।