ରଥଯାତ୍ରା ଭିଡ଼ରେ ୯୬ ଅଚେତ, ନଡ଼ିଆ ମାଡ଼ରେ ମହିଳା ପୁଲିସ ରକ୍ତାକ୍ତ

ପୁରୀ: ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସଭିଙ୍କ ମନରେ ରଥଯାତ୍ରା ଦେଖିବାର ଉତ୍କଣ୍ଠା। ମହାପ୍ରଭୁମାନଙ୍କ ଟିକିଏ ଝଲକ ପାଇବାକୁ ଓ ରଥ ଦଉଡ଼ି ପର୍ଯ୍ୟନ୍ତ ପହଞ୍ଚି ରଥ ଭିଡ଼ିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି ଭିତରେ ଗୁଳୁଗୁଳି ସହି ନ ପାରି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅଂଶୁଘାତର ଶିକାର ହୋଇଛନ୍ତି। ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ବଳଭଦ୍ରଙ୍କ ରଥ ଟାଣିବା ବେଳେ ଜଣେ ଆହତ ହୋଇଛନ୍ତି। ସେ ବ୍ରହ୍ମପୁର ଭଞ୍ଜନଗର ଅଞ୍ଚଳର ୬୫ ବର୍ଷିୟ ଜୟରାମ ଶତପଥୀ ବୋଲି ଜଣାପଡ଼ିଛି। ସେହିପରି ନଡ଼ିଆ ମାଡ଼ରେ ରାପିଡ଼ି ଆକ୍ସନ ଫୋର୍ସର ଜଣେ ମହିଳା କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ନଡ଼ିଆ ବାଜି ଥିବାରୁ ସେ ରକ୍ତାକ୍ତ ହୋଇଛନ୍ତି। ତାଙ୍କ ନାମ ଏଏଚ୍ ସୁମତି ଦେବି।

ସେହିପରି ପ୍ରାୟ ୧୦ଜଣ ଯାତ୍ରୀ ସମୁଦ୍ର ସ୍ନାନ ବେଳେ ଲହଡ଼ା ମାଡ଼ରେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Related Articles

Back to top button