
ଆଜି ବିଭିନ୍ନ ସ୍ଥାନରେ ପାଳିତ ହେଲା ଦହିବରା ଆଳୁଦମ୍ ଦିବସ
ଆଜି ଅର୍ଥାତ୍ ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଯେତେବେଳ ଦହିବରା ଆଳୁଦମ୍ କଥା ମନକୁ ଆସେ ସେତେବେଳେ କଟକରେ ମିଳୁଥିବା ସୁଆଦିଆ ଦହିବରା ଆଳୁଦମ୍ କଥା ମନେପଡ଼େ। ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍ ଦେଖିବାକୁ ମିଳିଥାଏ ଆଉ ସବୁ ବର୍ଗର ଲୋକଙ୍କୁ ଏହା ପସନ୍ଦ। ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ୍ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହିପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦର କଥା।