ସମ୍ବଲପୁରରେ ମାସ୍କ ହେଲା ବାଧ୍ୟତାମୂଳକ

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହେଉଛି। ଭୁବନେଶ୍ୱର, କଟକ ପରେ ଏବେ ସମ୍ବଲପୁରରେ କୋଭିଡ୍‌ କଟକଣା ଲାଗୁ ହୋଇଛି। ଏଣିକି ସହରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିକି ଯେକେହି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ଖାଦ୍ୟ ପ୍ୟାକିଂ କରି ଗ୍ରାହକଙ୍କୁ ଦେବାକୁ ହୋଟେଲ ମାଲିକମାନଙ୍କୁ କୁହାଯାଇଛି । କୌଣସି ସ୍ଥାନରେ ଅଧିକ ଲୋକ ରୁଣ୍ଡ ହେଲେ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକଡ଼ ଖାଦ୍ୟ ଦୋକାନୀମାନେ ମଧ୍ୟ ଖାଦ୍ୟ ପ୍ୟାକିଂ କରି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । କଟକଣା ନ ମାନିଲେ କୋଭିଡ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Related Articles

Back to top button