ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ 

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ଛାରଖାର ହୋଇଯାଇଛି ସମ୍ପୂର୍ଣ୍ଣ ଗୋଦାମ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଲାଗିଥିବା ନିଆଁରେ ପୁରା ଗୋଦାମ ଜଳି ଯାଇଛି।

ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ବେଶ୍ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। କିଛି ସମୟ ମଧ୍ୟରେ ନିଆଁର ଝାସ ବଢ଼ିବା ସହ ଏହା ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ୭ରୁ ଅଧିକ ଗାଡ଼ି ନିଆଁକୁ ଅୟତ୍ତ କରିବାକୁ ଲାଗିଛନ୍ତି।

ଗୋଦାମ ଘରେ କୋଭିଡ୍ ସାମଗ୍ରୀ, ଯେପରିକି ସାନିଟାଇଜର, ମାସ୍କ, ପିପିଇ କିଟ୍, ସାଲାଇନ୍ ଓ ଅକ୍ସିଜେନ ସିଲିଣ୍ଡର ଥିଲା। ଫଳରେ ନିଆଁର ପରିମାଣ ଅଧିକ ହେବା ସହ ଏହାକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ଟିମ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଅଗ୍ନିଶମ ଟିମ୍‌ ଜେସିବି ସହାୟତାରେ କାନ୍ଥକୁ ଭାଙ୍ଗି ଭିତରେ ପଶିଥିଲେ। ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇନଥିଲେ ବି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଛି। ଏବେ ବି ଭିତରେ କିଛି ପରିମାଣର ନିଆଁ ଥିବାରୁ ଏହାକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ରେସ୍କ୍ୟୁ ଟିମ୍।

Related Articles

Back to top button