
ଲୋୟର ପିଏମଜି ଛକରେ ବିଜେପି କର୍ମୀ-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ, ଅଫିସରଙ୍କ ମୁଣ୍ଡ ଫାଟିଲା
ଭୁବନେଶ୍ୱର: ଲୋୟର ପିଏମଜି ଛକରେ ବିଜେପି କର୍ମୀ-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଧସ୍ତାଧସ୍ତି ମାରପିଟ ଭିତରେ ଜଣେ ପୋଲିସ କମର୍ଚାରୀଙ୍କ ମୁଣ୍ଡ ଫାଟି ଯାଇଥିବା ଖବର ମିଳିଛି । ମଙ୍ଗଳବାର ଲୋୟର ପିଏମଜି ଛକରେ ଆଜି ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ନବ ଦାସ ହତ୍ୟା ମାମଲା ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିଲା ବିଜେପିର ରାଲି । ବିଧାନସଭା ଅଭିମୁଖେ ଯାଉଥିବା ବିଜେପି କର୍ମୀଙ୍କୁ ରୋକିବା ପାଇଁ ପୋଲିସ ଚେଷ୍ଟା କରିଥିଲା । ଫଳରେ ପୋଲିସ-ବିଜେପି ରାଜରାସ୍ତାରେ ମୁହାଁମୁହିଁ ହୋଇଥିଲେ । ଫଳରେ ଲୋୟର ପିଏମଜି ଛକ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ପୋଲିସ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିବା ସହ ଲାଠିଚାର୍ଜ କରିଥିଲା