ମାତୃତ୍ୱ ପାଇଁ ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର ହୋଇଛି

ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ସମସ୍ୟା । ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ପ୍ରସଙ୍ଗରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର ହୋଇଛି । ସମ୍ଭାବ୍ୟ ପ୍ରସବର ୩ ମାସ ପୂର୍ବରୁ ନେଇ ହେବ ଛୁଟି । ପ୍ରସବ ତାରିଖର ୬ ମାସ ମଧ୍ୟରେ ଛୁଟି ପାଇଁ ଅନୁମତି । ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇ ହେବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ବୁଧବାର ଅନୁମୋଦନ କରିଛନ୍ତି ।ନିୟମାନୁସାରେ ଜଣେ ସରକାରୀ କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବେ । ମାତ୍ର ଏହି ଛୁଟି କେଉଁ ଅବଧି ମଧ୍ୟରେ ନିଆଯାଇପାରିବ ସେନେଇ କିଛି ଦ୍ୱନ୍ଦ୍ୱ ଥିଲା । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥାଇ ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ ମାତୃତ୍ୱ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ୱ ଥିଲା । ସେହି ସମସ୍ୟା ଏବେ ଦୂର ହୋଇଛି ।

 

Related Articles

Back to top button