
ମେ ୧୮ ତାରିଖ ସକାଳ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏଥର ୫ ଲକ୍ଷ ୪୧ ହଜାର ୨୪୭ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିବା ଜଣାପଡିଛି । ସେମାନେ ପ୍ରାୟ ୩ ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ଆଜି ଦିନ ସାଢ଼େ ୧୧ଟାରେ ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।
ଏନେଇ ଅଧିକ ସୂଚନା ଦେଇ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଦିନ ୧୨ଟା ସୁଦ୍ଧା ସମସ୍ତେ ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ୱେବସାଇଟରୁ ବି ଫଳ ଜାଣିପାରିବେ ଛାତ୍ରଛାତ୍ରୀ। ଏଥର ୫ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।