ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଆଜି ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ । ପରୀକ୍ଷା ୧୭ ଯାଏ ଚାଲିବ ବୋଲି ସୂଚନା ମିଳିଛି ।
ସେହିଭଳି ମଧମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ରରେ ପରୀକ୍ଷା ଦେବାରକୁ ବ୍ୟବସ୍ଥା ହୋଇଛି । SOS ରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରେ ପରୀକ୍ଷା ଦେବେ । ହାଇସ୍କୁଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନେ ଆଜିଠାରୁ ବୋର୍ଡ଼ website ରୁ download କରିପାରିବେ ।
ପରୀକ୍ଷା ସକାଳ ୧୦ ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ତାରେ ଶେଷ ହେବ । ପ୍ରଥମ ଦିନ ୯ ଟା ସମୟରେ ଏବଂ ଦ୍ଵତୀୟ ଦିନ ଠାରୁ ୯. ୨୦ରେ ହଲ ଭିତରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ । ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହିବାକୁ ଥିବା ବେଳେ ପରୀକ୍ଷା ଦିନ ସକାଳୁ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ରାମଶିଷ ହାଜେରା ।
ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ନବମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ । ରାଜ୍ୟର ୫ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଛନ୍ତି । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ ଓ ମାଲକାନାଗିରିରେ ୧୦ଟି ନୋଡାଲ କେନ୍ଦ୍ର କରାଯାଇଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର ରଖାଯାଇଛି ।