ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ : ଚଳିତ ଥର ପାସ୍‍ ହାର ରହିଛି ୫୬.୨୩ପ୍ରତିଶତ

ପ୍ରକାଶ ପାଇଛି ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ପାସ୍‍ ହାର ରହିଛି ୫୬.୨୩ପ୍ରତିଶତ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଚଳିତ ଥର ମୋଟ୍‍ ୩୪୫୭ଜଣ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୯୮୩ଜଣ ପାସ୍‍ କରିଛନ୍ତି । ସେହିପରି ଷ୍ଟେଟ୍‍ ଓପନଡ୍‍ ସ୍କୁଲ ସାର୍ଟିଫିକେଟରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ରହିଛି ୫୫.୨୬ପ୍ରତିଶତ । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ଦିନ ୨ଟାରୁ ବୋର୍ଡ ୱେବସାଇଟରେ ମାର୍କସିଟ୍‍ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେଥିରୁ ଡାଉନଲୋଡ କରି ନିଜ ନିଜର ମାର୍କସିଟ୍‍ ନେଇପାରିବେ ।

Related Articles

Back to top button