
ହଷ୍ଟେଲରୁ ଲାପଟପ, ମୋବାଇଲ ଚୋରି ଅଭିଯୋଗରେ ଏମବିଏ ଛାତ୍ରୀ ଗିରଫ
ଭୁବନେଶ୍ୱର: ହଷ୍ଟେଲରେ ନିଜ ସହପାଠୀଙ୍କ ମୋବାଇଲ ଓ ଲାପଟପ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପୂଜା ଶାହା (୨୨) ଓ ଅହମଦ ହୁସେନ୍ (୨୩)। ପୂଜା ଶାହ ରାଜଧାନୀସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ। ଲାପଟପ ଓ ମୋବାଇଲ ଚୋରି କରି ମଧ୍ୟସ୍ଥି ଜରିଆରେ କୋଲକାତାରେ ବିକ୍ରି କରୁଥିବା ଜଣାପଡିଛି। ଦୁଇ ଏମ୍ବିଏ ଛାତ୍ରୀ ଶିଳ୍ପୀ ନାୟକ ଓ ଲୋପାମୁଦ୍ରା ମହାନ୍ତି ନିଜର ମୋବାଇଲ ଓ ଲାପଟପ ଚୋରି ହେବା ପରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ। ପରେ ଏତଲା ଆଧାରରେ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।