ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର: ଓଆରଏଚ୍‌ଡିସି ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ କୃତଜ୍ଞ, ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନମଣ୍ଡଳୀର ଭୋଟରଙ୍କ ପାଖରେ ମୁଁ ଋଣୀ । ଏହା ପୁରୁଣା ମାମଲା, ଜନ ପ୍ରତିନିଧି ଭାବେ କୌଣସି ସମ୍ପର୍କ ନାହିଁ ।
ସୂଚନାଯୋଗ୍ୟ, ବିଧାୟକ ମହମ୍ମଦ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଏହି ଦଣ୍ଡାଦେଶ ହୋଇଥିଲା। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦାରସ୍ଥ ହୋଇଥିଲେ। ତେବେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ଏହି ରହିତାଦେଶ ଜାର କରିଛନ୍ତି । ଆସନ୍ତା ଫେବୃଆରୀ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Articles

Back to top button