ମିଡ଼ିଆ ଉପରେ ବର୍ଷିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

ଗତକାଲି ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ଼ ।ଏ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସନାତନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ।ଆଜି ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖିବା ମାତ୍ରେ ପ୍ରଶ୍ନ କରିଥିଲେ ଯେ, କାଲି କାହିଁକି ବିଧାୟକ ଦଳ ବୈଠକରେ ଉପସ୍ଥିତ ନଥିଲେ ।

ଏହି ପ୍ରଶ୍ନର ଉତ୍ତର ଦେଇ ଚମ୍ପୁଆ ବିଧାୟକ କହିଥିଲେ ଯେ, ଦେହ ଭଲ ନଥିଲା । ଏହାପରେ ନବୀନ ପଟ୍ଟନାୟକ କହିଥିଲେ, “ଦେହ ଭଲ ନଥିଲା ନା ବିଜେପିକୁ ମୁହାଁଉଛନ୍ତି ।” ତେବେ ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜନୈତିକ ଚର୍ଚ୍ଚା ଜୋରସୋରରେ ବଢିଯାଇଛି ।ଏହି ମାମଲାକୁ ନେଇ ବର୍ତ୍ତମାନ ବିଞ୍ଝାରପୁର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ମିଡିଆ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, “ଦେହ ଖରାପ ପାଇଁ ଆସିନଥିବା ସେ କହିଛନ୍ତି । ତାକୁ କାହିଁକି ରାଜନୈତିକ ରୂପ ଦେଉଛି ମିଡିଆ । କୌଣସି ବିଜେଡି ବିଧାୟକ ବିଜେପି ସହ ଯୋଗାଯୋଗରେ ନାହାନ୍ତି ।”

Related Articles

Back to top button