ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ସୁରକ୍ଷା ବୈଠକ

ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚିବା ପରେ ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ସୁରକ୍ଷା ବୈଠକ କରାଯାଇଛି । ଏହି ବୈଠକରେ ପୋଲିସ,ଏସ୍‌ପିଜି, ଅଗ୍ନିଶମ ବିଭାଗ ଅଧିକାରୀମାନେ ଉପସ୍ଥିତି ରହିଛନ୍ତି । ବିମାନବନ୍ଦର ଓ ଜନତା ମୈଦାନର ସୁରକ୍ଷା ଯାଞ୍ଚ ହେବ। ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ, ଆସନ୍ତା ୨୦ ତାରିଖ ଅପରାହ୍ନ ୩ଟା ୪୦ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନ ସାଢେ ୫ଟା ଯାଏଁ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେ। ୨୪ ବର୍ଷ ପରେ ରାଜ୍ୟରେ ବିଜେପି ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ପାଳନ କରାଯିବ । ଉଭୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ବିଜେପି ସରକାର କାମର ରିପୋର୍ଟ କାର୍ଡ ଦେବେ।

Related Articles

Back to top button