ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ସକାଳୁ ସକାଳୁ ପାଣିପାଗରେ ଅଚାନକ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର, କଟକ ସମେତ କିଛି ଜିଲ୍ଲାରେ ଝିପିଝିପି ବର୍ଷା ହୋଇଛି। ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ୭ ଜିଲ୍ଲାବାସୀ ୩ ଘଣ୍ଟା ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି। ସେହିପରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ମେଘୁଆ ପାଗ ଦେଖିବାକୁ ମିଳିଛି ।

ଗତକାଲି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଯାହାକି ଦୀର୍ଘ ୨୫ ବର୍ଷର ରେକର୍ଡ ଭାଙ୍ଗିଥିଲା । ସେହିପରି ୧୦ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ସେହିପରି ଭୁବନେଶ୍ୱରରେ ତାତି ସାଙ୍ଗକୁ ଝାଞ୍ଜି ରାଜଧାନୀବାସୀଙ୍କୁ ଅତିଷ୍ଟ କରିଦେଇଥିଲା । ଗତକାଲି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି ସକାଳୁ ବର୍ଷାପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Related Articles

Back to top button