
ନୂଆ ପ୍ରକଳ୍ପ ନୂଆ ଢ଼ାଞ୍ଚାରେ ହୋଇପାରେ ମେଟ୍ରୋ ପ୍ରକଳ୍ପ : ପୃଥ୍ବୀରାଜ ହରିଚନ୍ଦନ
ନୂଆ ପ୍ରକଳ୍ପ ନୂଆ ଢ଼ାଞ୍ଚାରେ ହୋଇପାରେ ମେଟ୍ରୋ ପ୍ରକଳ୍ପ । ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ସବ୍ କମିଟି ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେଟ୍ରୋ ପ୍ରକଳ୍ପରେ ମୋବିଲିଟି, ଡି-କଞ୍ଜେକ୍ସନ ଏବଂ ମୋଡାଲିଟି ପ୍ଲାନ ନେଇ ଆଲୋଚନା ହୋଇଛି ।ପରବର୍ତ୍ତୀ ବୈଠକରେ ଅଧିକ ଆଲୋଚନା ହୋଇ ନିର୍ଯାସ ବାହାରିଲା ପରେ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ । ଆଗକୁ ଆହୁରି ଦୁଇରୁ ତିନି ରାଉଣ୍ଡ ବୈଠକ ହେବ। ତାପରେ ନିଆଯିବ ଶେଷ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।