୨୦୨୩ ଶେଷ ପୂର୍ବରୁ ଆରମ୍ଭ ହେବ ମେଟ୍ରୋ ଟ୍ରେନ୍ କାମ
ଭୁବନେଶ୍ୱର : ୨୦୨୩ ଶେଷ ପୂର୍ବରୁ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ DPR ପ୍ରସ୍ତୁତି ଚାଲିଛି । ଜୁନ୍ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍ । ସେ କହିଛନ୍ତି ଭୁବନେଶ୍ୱର ମେଟ୍ରୋ ଟ୍ରେନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି । ଭୁବେନେଶ୍ୱର କଟକ ପାଇଁ DPR ପ୍ରସ୍ତୁତ ସରିଛି ।
ସେପଟେ ପ୍ରତିକ୍ରିୟା ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ । ସେ କହିଛନ୍ତି ଜାଗା ମିଶନ, drink from tap, ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି । Shg ଓ ବସ୍ତି ବାସିନ୍ଦାଙ୍କ ଉନ୍ନତି ଦିଗରେ କାର୍ଯ୍ୟ ଚାଲିଛି । ଲକ୍ଷେ ୬୨ହଜାର ୩୨୭ ଟି ଘର ନିର୍ମାଣ କରାଯାଇଛି । ସମସ୍ତ ୧୧୫ ପୌରାଞ୍ଚଳ ର ୨୦୫୫ ୱାର୍ଡରେ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି ।
ମାର୍ଚ୍ଚ ୨୦୨୪ ସୁଦ୍ଧା ଭୁବନେଶ୍ୱର ରେ ସରିବ drink from tap ଯୋଜନା । ରାଉରକେଲା, କଟକ ଓ ବ୍ରହ୍ମପୁରରେ ୨୦୨୩ ଶେଷ ସୁଦ୍ଧା ସରିବ drink from tap ଯୋଜନା । ଜାଗା ମିଶନ ଜରିଆରେ ଲୋକଙ୍କୁ ଜମି ଅଧିକାର ପ୍ରଦାନ କରି ବିଜୁ ଆଦର୍ଶ କଲୋନୀରେ ବର୍ତ୍ତମାନ ସୁଦ୍ଧା ୭୭୨ଟି ବସ୍ତି କୁ ବିଜୁ ଆଦର୍ଶ କଲୋନୀରେ ପରିବର୍ତ୍ତିତ କରାଯାଇଛି । ଗଞ୍ଜାମ ର 4ଟି ସହର ହିଞ୍ଜିଳକାଟୁ, ଦିଗପହଣ୍ଡି, ରମ୍ଭା ଓ ପୁରୁଷୋତ୍ତମପୁର କୁ ମିଳିଛି ବସ୍ତି ମୁକ୍ତ ମାନ୍ୟତା ।