ଏଣିକି ବିବାହ, ବ୍ରତଘର ଓ ସରକାରୀ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମାଣ୍ଡିଆ ଖାଦ୍ୟ ପରସା ଯିବ: ଓଡ଼ିଶା କ୍ୟାଟେରିଂ ଆସୋସିଏସନର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଏଣିକି ବିବାହ, ବ୍ରତଘର ଓ ସରକାରୀ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମାଣ୍ଡିଆ ଖାଦ୍ୟ ପରସା ଯିବ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମାଣ୍ଡିଆ ଆଜି ଦେଶ, ବିଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏଥିରେ ପ୍ରୋଟିନ, ଭିଟାମିନ୍ ବି ଓ ଆଇରନ୍ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ତେବେ ବିଭିନ୍ନ କାର୍ଯ୍ୟକ୍ରମର ଭୋଜିରେ ଏଣିକି ମାଣ୍ଡିଆକୁ ସାମିଲ କରାଯିବ ବୋଲି ଓଡ଼ିଶା କ୍ୟାଟେରିଂ ଆସୋସିଏସନ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ଖାଦ୍ୟକୁ ନେଇ ଖୁବଶୀଘ୍ର ବିଭିନ୍ନ ରାଜ୍ୟରେ ଫୁଡ୍ ଫେଷ୍ଟିଭାଲ ଆୟୋଜନ କରାଯିବ । ମେନ୍ୟୁ କାର୍ଡରେ ମାଣ୍ଡିଆକୁ ଯୋଡ଼ିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ଆସୋସିଏସନ ତରଫରୁ ଆଲୋଚନା କରାଯିବ । ଆଗାମୀ ଦିନରେ ମାଣ୍ଡିଆ ଇଡଲି, ମିଲେଟ କ୍ଷୀର, କୁକିଜ୍, ଲଡ଼ୁ, ଦୋଷା, ଉପମା ଆଦି ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚିବ । ଓଡ଼ିଶା ବିଭିନ୍ନ ପ୍ରକାରର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ହବ୍ ପାଲଟିଥିବା ବେଳେ ଖାଦ୍ୟକୁ ନେଇ ମଧ୍ୟ ବଡ଼ ଧରଣର ମହୋତ୍ସବର ଆୟୋଜନ କରାଯିବା ଆବଶ୍ୟକ ବୋଲି ଆସୋସିଏସନ ତରଫରୁ କୁହାଯାଇଛି ।

Related Articles

Back to top button