
ପ୍ରତି ପଞ୍ଚାୟତରେ ଖୋଲିବ ମିନି ବ୍ୟାଙ୍କ
ପ୍ରତି ପଞ୍ଚାୟତରେ ଖୋଲିବ ମିନି ବ୍ୟାଙ୍କ । ଲୋକଙ୍କ ହାତ ପାହାନ୍ତାରେ ମିଳିବ ବ୍ୟାଙ୍କିଙ୍ଗ ସେବା । ରାଜ୍ୟ ସରକାର ପ୍ରତି ପଂଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଘୋଷଣା କରିବା ପରେ ଏଵେ ପଞ୍ଚାୟତ ମାନଙ୍କରେ ବ୍ୟାଙ୍କ ସେବା ପହଂଚାଇବା ପାଇଁ ଅଣ୍ଟା ଭିଡିଛି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ । ଲୋକଙ୍କ ପାଖରେ କିଭଳି ସଠିକ ବ୍ୟାଙ୍କିଙ୍ଗ ସେବା ପହଞ୍ଚିବ ସେନେଇ ଭୁବନେଶ୍ୱରରେ ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଛି । ଏହା ସହ ବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟା କୁ ମଧ୍ୟ କିଭଳି ସମାଧାନ ହୋଇ ପାରିବ ସେ ନେଇ ବୈଠକ ରେ ବିଶେଷ ଆଲୋଚନା ହୋଇଛି ।