
ନାବାଳିକା ପୋଡି ଘଟଣାରେ ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି କହିଲେ ଏସପି ପୀନାକ ମିଶ୍ର
ପିପିଲି ବଳଙ୍ଗା ଘଟଣାରେ ୨ଟି ଅଧା କିରାସିନି ବୋତଲ ଜବତ ହୋଇଛି । ନାବାଳିକାର ପୋଡା କପଡା ମଧ୍ୟ ଫୋରେନସିକ୍ ଟିମ୍ ଜବତ କରିଛି । ଏହାସହ ଘଟଣାସ୍ଥଳରୁ ଦିଆସିଲି, ଚୁଡି, ଚପଲ, ତାବିଜ୍ ମଧ୍ୟ ଜବତ କରାଯାଇଛି ।ଏହାସହ ଘଟଣାସ୍ଥଳ ବାୟାବରରେ ପୁରୀ ଏସ୍ପି ପିନାକ ମିଶ୍ର ପହଞ୍ଚିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ଏସ୍ପି ପ୍ରତିକ୍ରିୟା ରଖି କହିଛନ୍ତି, ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ଗୁରୁତର ସହ ନେଇଛୁ । କାହାରିକୁ ଅଟକ ରଖାଯାଇନାହିଁ, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା ସ୍ପଷ୍ଟ ହୋଇ ନାହିଁ । କେତେ ଜଣ ଏହି ମାମଲାରେ ସମ୍ପୃକ୍ତ,ପୀଡ଼ିତା ସେଠାକୁ କିପରି ଗଲେ ତାହା ତଦନ୍ତ ଚାଲିଛି । ପୀଡିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।