ଭୁବନେଶ୍ୱରରୁ ନିଖୋଜ ଥିବା ଛାତ୍ରୀଙ୍କ ପୁରୀ ଲଜରୁ ମୃତଦେହ ଜବତ

ପୁରୀ: ପୁରୀ ବଡ଼ଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ଛାତ୍ରୀ ଜଣଙ୍କ ନିଜ ହାତ କାଟିବା ପରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଗଙ୍ଗନଗରର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି ବୋଲି ଲଜ୍ ରେଜିଷ୍ଟ୍ରରରେ ଲେଖାଥିବା ବେଳେ ତାଙ୍କ ଆଧାରକାର୍ଡରେ ପଶ୍ଚିମବଙ୍ଗ ଗଙ୍ଗନଗର ଲେଖା ଯାଇଛି ।

ଲଜରେ ଲଗ ଆଉଟ୍ ସମୟ ହେବାରୁ କର୍ମଚାରୀ କବାଟ ବାଡ଼େଇ ଥିଲେ । ହେଲେ ଭିତରୁ ଖୋଲି ନଥିଲେ ଯୁବତୀ ଜଣଙ୍କ । ଫଳରେ ଲଜ୍ କର୍ତ୍ତୃପକ୍ଷ କୁମ୍ଭାରପଡ଼ା ପୋଲିସକୁ ଜଣାଇଥିଲେ । ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି । ଲଜ ରୁମରୁ ପୋଲିସ ପାୟଲଙ୍କ ସୁଇସାଇଡାଲ୍ ନୋଟ ଜବତ କରିଛି ।

ତେବେ ପାୟଲ କାହିଁକି ଘରୁ, କାହାରିକୁ କିଛି ନକହି ଏକୁଟିଆ ପୁରୀ ପଳାଇ ଆସିଲେ । ଲଜରେ ରାତି ରହିବା ପରେ କାହିଁକି କଲେ ଆତ୍ମହତ୍ୟା? ଝିଅ ନିଖୋଜ ନେଇ ପରିବାର ଲୋକ ନିଖୋଜ ଏତଲା ଦେଇଥିବା ବେଳେ ପୁରୀର ପାୟଲଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ଉଠାଇଛି ।

Related Articles

Back to top button