ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ, ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି

ବାଲେଶ୍ୱର: ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ଅସୁସ୍ଥ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛିି । ଗତ ତିନି ଧରି ଥଣ୍ଡା ଏବଂ ଜ୍ୱରରେ ପ୍ରତାପ ଷଡ଼ଙ୍ଗୀ ଆକ୍ରାନ୍ତ ହୋଇଛନ୍ତି । ଆଜି ଦୁର୍ବଳ ଅନୁଭବ କରିବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଛାତିରେ ଯନ୍ତ୍ରଣା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି । ସାଂସଦଙ୍କ ଉପରେ ଡାକ୍ତରଙ୍କ ଗଡ଼ା ନଜର ରହିଛି । ତେବେ ପୂର୍ବରୁ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କର ହାର୍ଟ ସଜରୀ ହୋଇଥିଲା । ଆବଶ୍ୟକ ପଡ଼ିଲେ ତାଙ୍କର ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Related Articles

Back to top button