ନାଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେଲା ‘ମୋ ବସ୍‌’।

ନାଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେଲା ‘ମୋ ବସ୍‌’। ଖୋର୍ଦ୍ଧା ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍‌’ ନାଳକୁ ଖସି ପଡ଼ିଛି। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଶିକାର ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିଲା।

ସୂଚନାନୁସାରେ, ଦୁର୍ଘଟଣା ଘଟିବା ସମୟରେ ବସ୍ ରେ ପ୍ରାୟ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ । ଆହତ ୨୦ ଜଣଙ୍କ ମଧ୍ଯରୁ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁଇଜଣ ଅଧିକ ଗୁରୁତର ଥିବା କୁହାଯାଉଛି । କିଛି ଯାତ୍ରୀ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ବ୍ଯକ୍ତି ମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭର ଜଣକର ବେପାରୁଆ ଗାଡି ଚାଳନା ପାଇଁ ଏପରି ହୋଇଥିବା ସୂଚନା ମିଳିଛି।

Related Articles

Back to top button