କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱର: ଏଜି ଛକରେ ମୋ ବସର ଧକ୍କାରେ ଗୋଟିଏ ବଡ ବିପଦରୁ ବର୍ତ୍ତିଯାଇଛନ୍ତି ଆଇଏଏସ ଅଧିକାରୀ। ଯଦିଓ ତାଙ୍କ କାରଟି ଧକ୍କା ହୋଇଛି ଆଉ ଗାଡିଟିର ପଛ ସାଇଡ ଚେପା ହୋଇଯାଇଛି କିନ୍ତୁ ଆଇଏଏସ ଅଧିକାରୀ ଏବଂ ତାଙ୍କ ଡ୍ରାଇଭର ସୁରକ୍ଷିତ ରହିଛନ୍ତି, ସାମାନ୍ୟ ଆହତ ହୋଇଛନ୍ତି। ରାଜଧାନୀର ଏହି ଦୁର୍ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ ଯାଉଥିବା ମୋ ବସ ନଂ ୨୩ ଏଜି ଛକରେ ଅତିରିକ୍ତ ଜିଲ୍ଲପାଳଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲପାଳଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡିଟି ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ପରେ ସେ ସରକାରୀ କାମରେ ବିମାନ ଯୋଗେ ଦିଲ୍ଲୀ ଯାଇଥିବା ତାଙ୍କ ଡ୍ରାଇଭର କହିଛନ୍ତି। ତେବେ ମୋ ବସର ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ତାହା ରିପୋର୍ଟ ଲେଖାହେବା ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଅତିରିକ୍ତ ଜିଲ୍ଲାପାଳଙ୍କ ଡ୍ରାଇଭର କହିଛନ୍ତି, ଦିଲ୍ଲୀ ଯିବାକୁ କଟକରୁ ଆସୁଥିଲୁ। ରାଜଭବନ ଛକରେ ଦୁର୍ଘଟଣା ହୋଇଛି। ମୋ ବସର ସ୍ପୀଡ ଏତେ ଅଧିକ ଥିଲା ଯେ ରାଜଭବନ ଛକରେ ଏଜି ଛକ ଆଡୁ ଆସୁଥିବା ମୋ ବସଟି ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ସେହିପରି ଜଣେ ବାଇକ ଚାଳକଙ୍କ ଗାଡି ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କ ଗାଡିର ହ୍ୟାଣ୍ଡେଲ ଦୁର୍ଘଟଣାର ଶିକାର ହେବା ପରେ ଭାଙ୍ଗିରୁଜି ଯାଇଛି।

ରାଜଧାନୀରେ ବିଭିନ୍ନ ଗାଡିରେ ବେଗ ମାପିବାକୁ ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଏବଂ ଆନୁସଙ୍ଗିକ ଯନ୍ତ୍ରପାତି ଲାଗିଛି। ଅନେକ ସମୟରେ ଅଧିକ ସ୍ପୀଡ ପାଇଁ ସଂପୃକ୍ତ ଗାଡି ଚାଳକଙ୍କୁ ଜୋରିମାନା ଲାଗୁ ହୋଇଥିବାର ନଜିର ରହିଛି। ଏପରି ସ୍ଥିତିରେ ମୋ ବସର ସ୍ପୀଡକୁ ନେଇ ଜୋରିମାନା ଆଦି ବ୍ୟବସ୍ଥା ରହିଛି କି ନାହିଁ ତାହା ମଧ୍ୟ ପ୍ରଶ୍ନ ଉଠିଛି।

Related Articles

Back to top button