ସମ୍ବଲପୁରରେ ମୋ ବସ୍ ସେବା

ସମ୍ବଲପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ହୋଇଥିଲା ଲୋକାର୍ପଣ ଉତ୍ସବ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଖୁସି।

ସେହିପରି ବ୍ରହ୍ମପୁରରେ ବି ଆରମ୍ଭ ହୋଇଛି ମୋ ବସ୍ ସେବା । ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ ଟର୍ମିନାଲର ଲୋକାର୍ପଣ ଓ ମୋ ବସ ସେବାର ଶୁଭାରମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ।ମୋଟ ୧୫ ଗୋଟି ବସ ସେବା ଆରମ୍ଭ ହେଲା।

Related Articles

Back to top button