
ଗାଁରେ ଗଡିବ ମୋ ବସ
ଭୁବନେଶ୍ବର: ଗାଁରେ ଗଡିବ ‘ମୋ ବସ୍’ । ବ୍ଲକ୍ରୁ ପ୍ରତି ପଞ୍ଚାୟତକୁ ଯୋଡ଼ିବ ‘ମୋ ବସ୍’ ସେବା । ପଞ୍ଚାୟତରେ ପରିବହନ ସେବା ବୃଦ୍ଧି ପାଇଁ ଲକ୍ଷ୍ମୀ ସ୍କିମ୍ ମାଧ୍ୟମରେ ବସ୍ ସେବା ଆରମ୍ଭ ହେବ । ଏ ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ।
ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ନିଆଯାଇଛି । ୬ଟି ଜିଲ୍ଲାରେ ଆରମ୍ଭ ହେବ ‘ମୋ ବସ୍’ ସେବା । ଅବିଭକ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ସେବା ଆରମ୍ଭ ହେବ । ୬ ମାସ ମଧ୍ୟରେ ଏହି ବସ୍ ସେବା ଆରମ୍ଭ ହେବ ।