ଚଳିତବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା – ସତର୍କ କଲେ ପିସିସିଏଫ୍

ଭୁବନେଶ୍ୱର: ଚଳିତବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଅଶଙ୍କା ରହିଛି। ବଢ଼ୁଥିବା ତାପମାତ୍ରା ଓ ଦୀର୍ଘଦିନ ହେବ ବର୍ଷା ନ ହେବା ଯୋଗୁ ଏଭଳି ହେବ ବୋଲି ପିସିସିଏଫ(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି।
ସେ କହିଛନ୍ତି, ୨୦୨୧ରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସବୁଠାରୁ ଅଧିକ ଚିହ୍ନଟ ହୋଇଥିଲା। ୨୦୨୨ରେ ଏହି ଏହି ଘଟଣା ପ୍ରାୟ ଅଧା କମିଥିଲା। ଏବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ଗଛ ପତ୍ରଝଡ଼ା ଦେଉଥିବା ବେଳେ ଅନ୍ୟପଟେ ତାପମାତ୍ରା ବିଢ଼ିବାରେ ଲାଗିଛି। ଦୀର୍ଘ ଦିନ ହେଲା ବର୍ଷା ନ ହେବାରୁ ଜଙ୍ଗଲ ନିଆଁ ବ୍ୟାପିବା ଆଶଙ୍କା କରାଯାଉଛି। ଯଦି ନିକଟରେ ବର୍ଷା ନ ହୁଏ, ତେବେ ଜଙ୍ଗଲ ନିଆଁ ଅଧିକ ଲାଗିବ ବୋଲି ସେ କହିଛନ୍ତି।

Related Articles

Back to top button