ଖୁବଶୀଘ୍ର ୫ ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତ ପ୍ରଦାନ କରାଯିବ
ରାଜ୍ୟର ସ୍ୱାସ୍ଥ୍ୟସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବଶୀଘ୍ର ୫ ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତ ପ୍ରଦାନ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହାସହିତ ୩ ହଜାର ପାରାମେଡିକସଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ଏଥିପାଇଁ ସରକାରଙ୍କ ତରପରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।ସେହିପରି ଆଗାମୀ ଆର୍ଥିକ ବର୍ଷରେ ଆଉ ୨ଟି ମେଡିକାଲ କଲେଜର କାର୍ଯ୍ୟକ୍ଷମ ହେବାକୁ ଯୋଜନା ରହିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତିକମ୍ ରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ସମସ୍ତ କଲେଜରେ ପିଜି ଖୋଲିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ମେଡିକାଲ କଲେଜରେ ୧୫୦୦ ପିଜି ସିଟ୍ ରହିଛି । ତେଣୁ ଏହାକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟସେବାକୁ ସରଳରୁ ଅତି ସରଳ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ । ସବୁ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ହେବ ଏବଂ ଗରେ ଘରେ ଉଚିତ ସମୟରେ ଉପଯୁକ୍ତ ଚିକିତ୍ସା ପହଞ୍ଚିପାରିବ ବୋଲି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।