ପ୍ରଭାତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କ ଉପରେ ବର୍ଷିଛନ୍ତି

ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଦଳର ସଦସ୍ୟ ନୁହେଁ ବୋଲି କହିବା ପରେ ପୁଣି ଥରେ ରାଜନୀତି ସରଗରମ ହୋଇଛନ୍ତି । ଗୋଟିଏ ମାମଲାରେ ତଦନ୍ତ ଚାଲୁଥିବାରୁ ଦଳରୁ ନିଲମ୍ବିତ କରାଯାଇଥିଲା କିନ୍ତୁ ମାମଲା ବିଚାରଧୀନ ଥିବାରୁ ପରେ ନିଲମ୍ବନ ପ୍ରତ୍ୟାହାର କହିଛନ୍ତି ପ୍ରଭାତ ।

ପ୍ରଭାତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କ ଉପରେ ବର୍ଷିଛନ୍ତି । ପ୍ରଥମେ ନବୀନ କେବଳ ଜାତୀୟ ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ଦେଇଥିବାବେଳେ ଓଡ଼ିଆ ଗଣମାଧ୍ୟମକୁ ନ ଡାକିବାକୁ ନେଇ ଟାର୍ଗେଟ୍ କରିଛନ୍ତି ପ୍ରଭାତ । ଚିଟ୍ ଫଣ୍ଡ ମାମଲାରେ ଦଳ ତାଙ୍କୁ ନିଲମ୍ବନ କରିଥିବା କିନ୍ତୁ ପରେ ମାମଲା ବିଚାରଧୀନ ରହିଥିବାରୁ ଦଳର ସଭାପତି ୨୦୧୭, ନଭେମ୍ବର ୧୦ ତାରିଖରେ ନିଲମ୍ବନ ପ୍ରତ୍ୟାହାର କରିଥିବାର ଚିଠି ସହିତ ପ୍ରମାଣ ଦେଇଛନ୍ତି । ଏହିପରି ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତିରେ ଭାଷଣ ଦେଇଛି । ଖାଲି ସେତିକି ନୁହେଁ ୨୦୨୪ରେ ମଧ୍ୟ ଅନେକ ସଭାସମିତିରେ ତାଙ୍କୁ ଡକାଯାଇଥିବା କହିଛନ୍ତି । ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ । ପ୍ରଭାତ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର । ତାଙ୍କ ସହିତ ସଭା କରିଛି । ୨୦୧୨ ମିଡ୍ ନାଇଟ୍ ଅପରେସନରେ ପ୍ରଭାତଙ୍କ ଯୋଗଦାନକୁ ପାଣ୍ଡିଆନ ପ୍ରସଂଶା କରିଥିଲେ । ମୋତେ ବ୍ୟବହାର କରାଯିବା ପରେ ମୁଁ ଦଳରେ ନାହିଁ କହିବା ମହାମିଥ୍ୟା । କିନ୍ତୁ ପ୍ରଭାତ ବିଜେଡ଼ିରେ ନାହିଁ ବୋଲି କହିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର କରିବାକୁ କହିଛନ୍ତି । ୱକଫ୍ ବିଲକୁ ନେଇ କହିବାରୁ ମୋତେ ଏପରି କୁହାଗଲା ।

Related Articles

Back to top button